Atibadi jagannath das biography of christopher
Atibadi Jagannath Das had lived for some years in his Oriya Matha and brought change to the deity and the mode of worship....
ଜଗନ୍ନାଥ ଦାସ
ଏହି ପ୍ରସଙ୍ଗଟି ଓଡ଼ିଆ କବି, ସାହିତ୍ୟିକ ବାବଦରେ । ବାକିସବୁ ପାଇଁ, ଜଗନ୍ନାଥ ଦାସ (ବହୁବିକଳ୍ପ) ପ୍ରସଙ୍ଗଟି ଦେଖନ୍ତୁ ।
ଅତିବଡ଼ି ଜଗନ୍ନାଥ ଦାସ | |
|---|---|
ପୁରୀର ବଡ଼ ଓଡ଼ିଆ ମଠକୁ ଜଗନ୍ନାଥ ଦାସ ନିଜେ ପ୍ରତିଷ୍ଠା କରିଥିଲେ । ସେଠାରେ ପୂଜିତ ବିଗ୍ରହ ଅତିବଡ଼ିଙ୍କ ଅଳ୍ପସଂଖ୍ୟକ ପୁରାତନ ପ୍ରତିକୃତିଙ୍କ ମଧ୍ୟରୁ ପ୍ରମୁଖ । | |
| ଜନ୍ମ | ଭାଦ୍ରବ ଶୁକ୍ଳ ଅଷ୍ଟମୀ (ରାଧାଷ୍ଟମୀ), ୧୪୯୦ କପିଳେଶ୍ୱର, ପୁରୀ, ଓଡ଼ିଶା |
| ମୃତ୍ୟୁ | ୧୫୫୦ |
| ଅନ୍ୟ ନାମ | ଅତିବଡ଼ି ଜଗନ୍ନାଥ ଦାସ |
| ବୃତ୍ତି | କବି |
| ଉଲ୍ଲେଖନୀୟ କୃତି | ଓଡ଼ିଆ ଭାଗବତ[୧] |
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ)[୨] ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟରପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।[୩]